{"title":"Basanti Mohanty","description":null,"products":[{"product_id":"aamba-gachhara-chhai-book-basanti-mohanty-9781990494055","title":"Aamba Gachhara Chhai","description":"\u003cp\u003eଆମ୍ବଗଛର ଛାଇ ପୁସ୍ତକଟି ଭିନ୍ନ ଭିନ୍ନ ସ୍ୱାଦର ଅଠରଟି ଗଳ୍ପରେ ସମୃଦ୍ଧ। ପ୍ରତ୍ୟେକଟି ଗଳ୍ପ ର ଆଧାର ଲେଖିକାଙ୍କ ଅନ୍ତର୍ଭେଦୀ ଅନୁଭବ। ଏହି ସଂକଳନରେ ସନ୍ନିବେଶିତ ଗଳ୍ପଗୁଡ଼ିକ ପୂର୍ବରୁ ଝଙ୍କାର, ସତ୍ୟବାଦୀ, ପଞ୍ଚବଟୀ, ଗୌରବ, କୁସୁମିତା, ଇସ୍ତାହାର, ମହୋଦଧି ଓ ସାଗରିକା ଆଦି ପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟତା ହାସଲ କରିଛନ୍ତି। ଗଳ୍ପ ସଂକଳନ ଟି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଜନଜୀବନର ଆର୍ଥିକ ସାଂସ୍କୃତିକ ଓ ସାମାଜିକ ସମସ୍ୟାମାନଙ୍କର ବିଶ୍ଳେଷଣାତ୍ମକ ଚିତ୍ର ବହନ କରିଛି। ଶୈଶବର ସ୍ମୃତି ସମ୍ବଳିତ ଆମ୍ବଗଛର ଛାଇ,ମୋ କେଶବତୀ ବୋଉ,ସେଇ ଲାଜକୁଳା ପିଲା ଗଳ୍ପଗୁଡ଼ିକ ଏକ ସର୍ବ କାଳ ଓ ସର୍ବଜନ ଅନୁଭବରେ ପରିପୁଷ୍ଟ । କନ୍ୟାଶ୍ରମର କନ୍ୟା ଓ କ୍ବାରେଣ୍ଟାଇନ୍ ରେ ଦୁପର୍ତ୍ତି ଗଳ୍ପ ଦୁଇଟି ଦୁର୍ବଳ ଆର୍ଥିକ ଭିତ୍ତିଭୂମି ଓ କୁସଂସ୍କାରାଚ୍ଛନ୍ନ ଆଦିବାସୀ ଜନଜୀବନର କରୁଣ ଆଲେଖ୍ୟ। ମାଙ୍କଡ, ଦୁଃଖର ପରିସୀମା, ସାବିତ୍ରୀ, ହାରିଯାଇଥିବା ମଣିଷ, ସୁନାମୀ ପୀଡ଼ିତା ଗଳ୍ପଗୁଡ଼ିକ ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ଅସହାୟ ମଣିଷ ମାନଙ୍କର ହସ ଅଶ୍ରୁମୟ ବେଦନାକ୍ତ ଶବ୍ଦ ଲିପିରେ ଋଦ୍ଧୀମନ୍ତ । ପ୍ରତ୍ୟେକ ଗଳ୍ପରେ ଚରିତ୍ର ମାନଙ୍କର ମନସ୍ତତ୍ତ୍ୱ ବିଶ୍ଳେଷଣ ବେଶ୍ ହୃଦୟସ୍ପର୍ଶୀ। ଭାଷା,ଭାବ ଓ ଉପସ୍ଥାପନା ଶୈଳୀ ଆଦି ସୂକ୍ଷ୍ମକଳାତ୍ମକ ପରିପାଟୀ ରେ ଗାଳ୍ପିକା ଙ୍କ ପରିପକ୍ଵ ଲେଖନୀ ଗଳ୍ପ ଗୁଡ଼ିକୁ ସାରସ୍ଵତ ଶ୍ରୀମଣ୍ଡିତ କରିଛି । ଆମ୍ବଗଛର ଛାଇ ପୁସ୍ତକଟି ଡକ୍ଟର୍] ବାସନ୍ତୀ ମହାନ୍ତିଙ୍କର ଦ୍ୱାଦଶତମ ଗଳ୍ପ ସଂକଳନ ।\u003c\/p\u003e\u003cp\u003e\u003cbr\u003e\u003c\/p\u003e","brand":"WoB","offers":[{"title":"US \/ NEW \/ INGRAM","offer_id":54651529593105,"sku":"NIN9781990494055","price":0.0,"currency_code":"GBP","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0784\/4072\/6801\/files\/9781990494055.jpg?v=1789232345"}],"url":"https:\/\/www.worldofbooks.com\/collections\/author-books-by-basanti-mohanty.oembed","provider":"World of Books ","version":"1.0","type":"link"}